ଦିବ୍ୟଧାମ ଯୋଗାଶ୍ରମ ପୂଜନୀୟା ଶ୍ରୀମା’ ଭବମୟୀ ପରମହଂସଙ୍କ ଦ୍ୱାରା ସ୍ଥାପିତ। ଏହା ପ୍ରଥମେ ଏକ ଛୋଟ ଆଶ୍ରମ ରୂପେ ଗଢ଼ି ଉଠିଥିଲା, କିନ୍ତୁ ମା’ଙ୍କର ଦିବ୍ୟ ପ୍ରେମର ସୁଗନ୍ଧ ଅନେକ ନିଷ୍ଠାବାନ ସାଧକମାନଙ୍କୁ ସ୍ୱତଃ ଆକର୍ଷିତ କରିଥିଲା ଓ ଆଶ୍ରମକୁ ଏହାର ସ୍ୱାଭାବିକ ସ୍ୱରୂପରେ ପରିପ୍ରକାଶ କରିପାରିଥିଲା । ମା’ଙ୍କର ଶାଶ୍ୱତ ସାନ୍ନିଧ୍ୟ ହେଉଛି ଆଶ୍ରମର ପଥପ୍ରଦର୍ଶକ ଆଲୋକ ଏବଂ ତାଙ୍କର କୃପା ସଦା ଆଧ୍ୟାତ୍ମିକ ପ୍ରେରଣାର ଅବିଚ୍ଛିନ୍ନ ସ୍ରୋତ।

ଦିବ୍ୟଧାମ ଯୋଗାଶ୍ରମ, ପୁରୀ

ପୂଜ୍ୟନୀୟା
ଶ୍ରୀମା’ ଭାବମୟୀ ପରମହଂସ

ଦିବ୍ୟଧାମ ତପୋବନ ଆଶ୍ରମ, ମୋଟରୀ, ପୁରୀ ଜିଲ୍ଲା
ଦିବ୍ୟଧାମ ଯୋଗାଶ୍ରମ ୨୮ ଏପ୍ରିଲ ୧୯୮୮ ତାରିଖରେ ସୋସାଇଟିଜ୍ ରେଜିଷ୍ଟ୍ରେସନ୍ ଆକ୍ଟ (ନମ୍ବର XXI ଅଫ ୧୮୬୦) ଅନୁସାରେ ଔପଚାରିକ ଭାବରେ ଏକ ସମିତି ଭାବେ ନିବନ୍ଧିତ ହୋଇଥିଲା। ପରବର୍ତ୍ତୀକାଳରେ, ୩ ଫେବୃଆରୀ ୧୯୯୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା ଏହାକୁ ଏକ ଶିକ୍ଷାନୁଷ୍ଠାନ ଭାବେ ସ୍ୱୀକୃତି ମିଳିଲା ଏବଂ ୧୭ ଜୁନ୍ ୧୯୯୯ ରେ ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ଏହାକୁ ଏକ ସେବାମୂଳକ ସଂସ୍ଥା ଭାବେ ସ୍ୱୀକୃତ କରାଗଲା। ଏହାର ଅନ୍ତର୍ଭୁକ୍ତ ଶାଖାଗୁଡିକ ହେଲେ – ପୁରୀର ‘ବାନପ୍ରସ୍ଥ ଆଶ୍ରମ’ ଏବଂ ଖୋର୍ଦ୍ଧା ଜିଲ୍ଲାର ମୋଟରୀରେ ସ୍ଥିତ ‘ତପୋବନ ଆଶ୍ରମ’।।

ପୂଜ୍ୟ ସ୍ୱାମୀ ଆନନ୍ଦଜୀ ମହାରାଜ
ପୂଜ୍ୟା ମା’ ମଇ ୨୦୦୨ ମସିହାରେ ନିଜର ନିତ୍ୟଧାମକୁ ପ୍ରତ୍ୟାବର୍ତ୍ତନ କରିବା ପରେ, ପୂଜ୍ୟ ସ୍ୱାମୀ ଆନନ୍ଦଜୀ ମହାରାଜ ଦିବ୍ୟଧାମ ଯୋଗାଶ୍ରମର ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ । ପୂଜ୍ୟ ସ୍ୱାମୀଜୀ ମହାରାଜ ଶ୍ରୀମା’ଙ୍କ ସେବା ଏବଂ ସାଧକମାନଙ୍କର ଆଧ୍ୟାତ୍ମିକ ସାଧନ ପଥରେ ଅଗ୍ରଗତି ପାଇଁ ନିଜ ସମଗ୍ର ଜୀବନକୁ ଉତ୍ସର୍ଗ କରି ୨୦୨୫ ମସିହା ଏପ୍ରିଲ ୨୨ ରେ ମହାସମାଧି ପ୍ରାପ୍ତ କଲେ।
ଏପ୍ରିଲ ୨୦୨୫ ମସିହା ଠାରୁ, ପୂଜ୍ୟ ଶ୍ରୀ ନିର୍ବାଣାନନ୍ଦଜୀ ମହାରାଜ ଦିବ୍ୟଧାମ ଯୋଗାଶ୍ରମର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ସେ ନିଜକୁ ଆଶ୍ରମ କାର୍ଯ୍ୟରେ ସଂପୂର୍ଣ୍ଣ ଭାବରେ ଲିପ୍ତ ରଖି ପୂଜ୍ୟା ମା’ ଙ୍କ ଦ୍ୱାରା ଦିଆଯାଇଥିବା ଉପଦେଶ ଏବଂ ଆଦର୍ଶଗୁଡ଼ିକୁ ଆଶ୍ରମର ଜୀବନ୍ତ ପରମ୍ପରା ଭାବେ ସୁରକ୍ଷିତ କରିବା ପାଇଁ ଉତ୍ସର୍ଗୀକୃତ I

ପୂଜ୍ୟ ଶ୍ରୀ ନିର୍ବାଣାନନ୍ଦଜୀ
ଦିବ୍ୟଧାମ ଯୋଗାଶ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ
(କ) ସମଗ୍ର ମାନବଜାତିର କଲ୍ୟାଣ ପାଇଁ ଅନୁକୂଳ ସନାତନ ଧର୍ମ ଏବଂ ଯୋଗର ନୀତିଗତ ଓ ଆଧ୍ୟାତ୍ମିକ ସିଦ୍ଧାନ୍ତ ଏବଂ ଅଭ୍ୟାସ ବିଷୟକ ଜ୍ଞାନକୁ ପ୍ରଚାର ଓ ପ୍ରସାର କରିବା।
(ଖ) ସାଂସ୍କୃତିକ, ସାମାଜିକ, ଧାର୍ମିକ ଓ ସେବାମୂଳକ କାର୍ଯ୍ୟକଳାପଗୁଡ଼ିକୁ ପ୍ରୋତ୍ସାହନ ଓ ପରିଚାଳନା କରିବା, ଏବଂ ଏହି କ୍ଷେତ୍ରଗୁଡ଼ିକରେ ଗବେଷଣା ପାଇଁ ଉତ୍ସାହିତ କରିବା।
(ଗ) ଧର୍ମ ଓ ସଂସ୍କୃତିର ସିଦ୍ଧାନ୍ତ ଓ ଅଭ୍ୟାସର ପ୍ରଚାର ଓ ଶିକ୍ଷା ପାଇଁ ମନ୍ଦିର, ମଠ ଓ ଅନ୍ୟାନ୍ୟ ଧାର୍ମିକ କେନ୍ଦ୍ରଗୁଡ଼ିକୁ ସ୍ଥାପନ, ରକ୍ଷଣାବେକ୍ଷଣ, ପରିଚାଳନା ଏବଂ ସହାୟତା ପ୍ରଦାନ କରିବା।
(ଘ) ସନାତନ ଧର୍ମ ଓ ଯୋଗର ପ୍ରଚାର ପାଇଁ ଶିକ୍ଷକମାନଙ୍କର ଏକ ସଂଘ ସ୍ଥାପନ କରିବା। ସେହିପରି ଶିକ୍ଷକ ଓ ଆଚାର୍ଯ୍ୟମାନଙ୍କ ପ୍ରଶିକ୍ଷଣ ପାଇଁ ଆଲୋଚନାଚକ୍ର କିମ୍ବା କେନ୍ଦ୍ର ସ୍ଥାପନ, ପରିଚାଳନା ଏବଂ ସହାୟତା କରିବା।
(ଙ) ଯୋଗାଶ୍ରମର ଉଦ୍ଦେଶ୍ୟଗୁଡ଼ିକ ପୂରଣ ପାଇଁ ପୁରସ୍କାର ଦେବା, ଛାତ୍ରବୃତ୍ତି, ଭତ୍ତା ପ୍ରଦାନ କରିବା କିମ୍ବା ଅନ୍ୟାନ୍ୟ ଆର୍ଥିକ ଏବଂ ସାମଗ୍ରୀ ସହାୟତା ପ୍ରଦାନ କରିବା।
